Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Jagannath Temple
ଜଗନ୍ନାଥ ମନ୍ଦିର ବିଷୟରେ
जगन्नाथ मंदिर के बारे में
Jagannath Temple, Nijigarh, Khandapara, Nayagarh
ଜଗନ୍ନାଥ ମନ୍ଦିର, ନିଜିଗଡ଼, ଖଣ୍ଡପଡ଼ା, ନୟାଗଡ଼
जगन्नाथ मंदिर, निजिगढ़, खंडपारा, नयागढ़
The Jagannath Temple in Nijigarh, Khandapara, Nayagarh, is a significant, historically rich Hindu pilgrimage site, known for its unique blend of Pancharatha and Pidha Deula architecture, housing idols of Lord Jagannath, Balabhadra, and Subhadra, with vibrant Rath Yatra festivals, attracting devotees and tourists for its cultural and spiritual ambiance amidst scenic surroundings. The temple is dedicated to Lord Jagannath, one of the most revered deities in Odisha, along with his siblings Lord Balabhadra and Devi Subhadra. Lord Jagannath represents a form of Lord Vishnu/Krishna and is central to Vaishnava devotion; temples dedicated to him often observe Ratha Yatra and other major festivals signifying renewal and community devotion. The shrine at Nijigarh serves as an important village and regional religious centre, drawing devotees especially during festivals. It has Rekha Vimana the curvilinear tower over the sanctum, typical of Odishan temple architecture, Pidha Jagamohana the square-pyramidal hall in front of the sanctum and Natamandapa, a pavilion used for ritual dancing and congregational rites.
ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଅଞ୍ଚଳର ନିଜିଗଡ଼ସ୍ଥିତ ଜଗନ୍ନାଥ ମନ୍ଦିର ଏକ ଐତିହାସିକ ଓ ଧାର୍ମିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ତୀର୍ଥସ୍ଥଳୀ। ଏହି ମନ୍ଦିରର ସ୍ଥାପତ୍ୟରେ ପଞ୍ଚରଥ ଓ ପୀଢ଼ା ଦେଉଳ ଶୈଳୀର ସ୍ୱତନ୍ତ୍ର ସମନ୍ୱୟ ଦେଖିବାକୁ ମିଳେ। ମନ୍ଦିରରେ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ ପୂଜିତ ହୁଅନ୍ତି। ଏଠାରେ ପାଳିତ ରଥଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣୀ ଏହାର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱକୁ ପ୍ରତିଫଳିତ କରେ। ପ୍ରାକୃତିକ ସୌନ୍ଦର୍ଯ୍ୟମୟ ପରିବେଶ ମଧ୍ୟରେ ଅବସ୍ଥିତ ଏହି ମନ୍ଦିର ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଏହାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶ ଦ୍ୱାରା ଆକର୍ଷିତ କରିଥାଏ। ଏହି ମନ୍ଦିରର ମୁଖ୍ୟ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ। ଓଡ଼ିଶାର ଅନ୍ୟତମ ପୂଜ୍ୟ ଦେବତା ଭାବେ ପ୍ରଭୁ ଜଗନ୍ନାଥଙ୍କ ସହିତ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ମଧ୍ୟ ଏଠାରେ ପୂଜିତ ହୁଅନ୍ତି। ପ୍ରଭୁ ଜଗନ୍ନାଥଙ୍କୁ ପ୍ରଭୁ ବିଷ୍ଣୁ/କୃଷ୍ଣଙ୍କ ଏକ ରୂପ ଭାବେ ଗ୍ରହଣ କରାଯାଏ ଏବଂ ବୈଷ୍ଣବ ଭକ୍ତି ପରମ୍ପରାରେ ତାଙ୍କର ବିଶେଷ ସ୍ଥାନ ରହିଛି। ଜଗନ୍ନାଥ ମନ୍ଦିରଗୁଡ଼ିକରେ ରଥଯାତ୍ରା ସମେତ ବିଭିନ୍ନ ପ୍ରମୁଖ ପର୍ବ ପାଳନ କରାଯାଏ, ଯାହା ନବୀକରଣ, ସାମୂହିକ ଭକ୍ତି ଓ ସାମାଜିକ ଏକତାର ପ୍ରତୀକ ଭାବେ ପରିଗଣିତ। ନିଜିଗଡ଼ର ଏହି ମନ୍ଦିରଟି ସ୍ଥାନୀୟ ଗ୍ରାମ ଓ ଆଖପାଖ ଅଞ୍ଚଳର ଏକ ପ୍ରମୁଖ ଧାର୍ମିକ କେନ୍ଦ୍ର। ବିଶେଷକରି ରଥଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣୀ ସମୟରେ ଏଠାରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥାଏ। ସ୍ଥାପତ୍ୟ ଦୃଷ୍ଟିରୁ ମନ୍ଦିରରେ ଓଡ଼ିଶାର ପାରମ୍ପରିକ ମନ୍ଦିର ସ୍ଥାପତ୍ୟର ବିଭିନ୍ନ ବୈଶିଷ୍ଟ୍ୟ ପରିଲକ୍ଷିତ ହୁଏ। ଏହାର ପ୍ରମୁଖ ଅଂଶଗୁଡ଼ିକ ହେଲା— ରେଖା ବିମାନ – ଗର୍ଭଗୃହ ଉପରେ ନିର୍ମିତ ବକ୍ରରେଖୀୟ ଶିଖର, ଯାହା ଓଡ଼ିଶାର ପାରମ୍ପରିକ ମନ୍ଦିର ସ୍ଥାପତ୍ୟର ଏକ ପ୍ରମୁଖ ବୈଶିଷ୍ଟ୍ୟ। ପୀଢ଼ା ଜଗମୋହନ – ଗର୍ଭଗୃହ ସମ୍ମୁଖରେ ଥିବା ବର୍ଗାକାର ଓ ପିରାମିଡ୍‌ ଆକୃତିର ଛାତ ବିଶିଷ୍ଟ ସଭାଗୃହ। ନାଟମଣ୍ଡପ – ଧାର୍ମିକ ନୃତ୍ୟ, ପୂଜାପାଠ ଏବଂ ସାମୂହିକ ଧାର୍ମିକ ଅନୁଷ୍ଠାନ ପାଇଁ ବ୍ୟବହୃତ ଏକ ମଣ୍ଡପ। ଏହିପରି, ନିଜିଗଡ଼ ଜଗନ୍ନାଥ ମନ୍ଦିର ନୟାଗଡ଼ ଅଞ୍ଚଳର ଧାର୍ମିକ ପରମ୍ପରା, ଓଡ଼ିଶାର ପାରମ୍ପରିକ ମନ୍ଦିର ସ୍ଥାପତ୍ୟ ଏବଂ ଜଗନ୍ନାଥ ସଂସ୍କୃତିର ଏକ ଉଲ୍ଲେଖନୀୟ ପ୍ରତିନିଧି ଭାବେ ପରିଗଣିତ।
नयागढ़ के खंडापारा जिले के निजिगढ़ में स्थित जगन्नाथ मंदिर एक महत्वपूर्ण और ऐतिहासिक रूप से समृद्ध हिंदू तीर्थ स्थल है, जो पंचरथ और पिधा देउला वास्तुकला के अनूठे मिश्रण के लिए जाना जाता है। यहाँ भगवान जगन्नाथ, बलभद्र और सुभद्रा की मूर्तियाँ स्थापित हैं और जीवंत रथ यात्रा उत्सव मनाया जाता है। अपने मनोरम परिवेश के बीच सांस्कृतिक और आध्यात्मिक वातावरण के कारण यह मंदिर भक्तों और पर्यटकों को आकर्षित करता है। यह मंदिर भगवान जगन्नाथ को समर्पित है, जो ओडिशा के सबसे पूजनीय देवताओं में से एक हैं, साथ ही उनके भाई-बहनों भगवान बलभद्र और देवी सुभद्रा को भी। भगवान जगन्नाथ, भगवान विष्णु/कृष्ण का एक रूप हैं और वैष्णव भक्ति के केंद्र में हैं; उनके मंदिरों में अक्सर रथ यात्रा और अन्य प्रमुख त्योहार मनाए जाते हैं जो नवजीवन और सामुदायिक भक्ति का प्रतीक हैं। निजिगढ़ स्थित यह मंदिर एक महत्वपूर्ण ग्राम और क्षेत्रीय धार्मिक केंद्र के रूप में कार्य करता है, जो विशेष रूप से त्योहारों के दौरान भक्तों को आकर्षित करता है। इसमें गर्भगृह के ऊपर स्थित वक्रनुमा मीनार रेखा विमान है, जो ओडिशा की मंदिर वास्तुकला की विशेषता है, गर्भगृह के सामने स्थित वर्गाकार पिरामिडनुमा हॉल पिधा जगमोहन और नटमंडप है, जो अनुष्ठानिक नृत्य और सामूहिक अनुष्ठानों के लिए इस्तेमाल किया जाने वाला मंडप है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

6th April 2012

6th April 2012

6th April 2012

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Khandapara

ଖଣ୍ଡପଡ଼ା

खंडपाड़ा

District
ଜିଲ୍ଲା
जिला

Nayagarh

ନୟାଗଡ଼

नयागढ़

Date / Period
ତାରିଖ / କାଳ
तिथि / काल

19th Century CE

19th Century CE

19th Century CE